June 9, 2026

ରାଜ୍ୟ ପାଇଁ ଗୌରବ ଆଣିଲେ ବାଣପୁରର କୁନି ଝିଅ ଅନାୟା ପାତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବାଣପୁରର ଅନାୟା ପାତ୍ର ଜାତୀୟସ୍ତରୀୟ ପ୍ରତିଭା ପ୍ରତିଯୋଗିତାରେ ସଫଳତା ହାସଲ କରି ଅଞ୍ଚଳ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପିତା ଅରୁଣ ପାତ୍ର ଓ ମାତା ବନିତା ପାତ୍ରଙ୍କ କନ୍ୟା ଅନାୟା ପାତ୍ର (୮) ଜୁନ୍ ୭, ୨୦୨୬ ତାରିଖରେ ଗୁଜରାଟର ବାପିଠାରେ ଆୟୋଜିତ “ଦି ଆଇଏଫଏ ୱାର୍ଲ୍ଡ ୨୦୨୬” (ଦି ଇଣ୍ଟରନ୍ୟାସନାଲ ଫ୍ୟାଶନ୍ ଆୱାର୍ଡ ୱାର୍ଲ୍ଡ) ସିଜନ-୪ର ଶିଶୁ ବର୍ଗର ଟାଇଟଲ୍ ହାସଲ କରିଛନ୍ତି।

ପ୍ରତିଯୋଗିତାରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ୮୦ରୁ ଅଧିକ ଫାଇନାଲିଷ୍ଟଙ୍କ ମଧ୍ୟରେ ଅନାୟା ନିଜର ଆତ୍ମବିଶ୍ୱାସ, ମଞ୍ଚ ଉପସ୍ଥିତି ଏବଂ ପ୍ରଦର୍ଶନ ମାଧ୍ୟମରେ ସଫଳତା ହାସଲ କରିଥିଲେ।

ବାଣପୁରର ରଘୁନାଥ ସାହିର ବାସିନ୍ଦା ଅନାୟା ବର୍ତ୍ତମାନ ବାଲୁଗାଁସ୍ଥିତ ‘ଲିଟିଲ୍ ୱାର୍ଲ୍ଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟ’ର ଚତୁର୍ଥ ଶ୍ରେଣୀର ଛାତ୍ରୀ।

ଅନାୟାଙ୍କ ପିତା ଅରୁଣ କୁମାର ପାତ୍ର ବର୍ତ୍ତମାନ ପାରିବାରିକ ବ୍ୟବସାୟ ପରିଚାଳନା କରୁଥିବା ବେଳେ ପୂର୍ବରୁ ଟେଲିକମ୍ କ୍ଷେତ୍ରରେ ବିଭିନ୍ନ ଦାୟିତ୍ୱରେ କାର୍ଯ୍ୟ କରିଥିଲେ। ମାତା ବନିତା ପାତ୍ର ଜଣେ ଫ୍ୟାଶନ୍ ଡିଜାଇନର୍ ଏବଂ ଏମ୍‌ବିଏ (ଫାଇନାନ୍ସ) ଡିଗ୍ରୀଧାରୀ।

ଅନାୟାଙ୍କ ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ପରିବେଶ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ମହଳରୁ ତାଙ୍କୁ ଶୁଭେଚ୍ଛା ଜଣାଯାଉଛି।

Written by

TARUN KANTI PATRA

District Reporter

Leave a Reply

Your email address will not be published. Required fields are marked *

INDIAN PRESS UNION

Indian Press Union (IPU) A National Platform for Journalists and Media Professionals.

© 2026 All Rights Reserved IPU MEDIA ASSOCIATION