ଅବସର ଭବନରେ ଶୈ।ଚାଳୟ ନିର୍ମାଣ ପାଇଁ ଭୁମିପୁଜା
ଆଜି ସ୍ଥାନୀୟ ଅବସର ଭବନ ଠାରେ ଶୈ।ଚାଳୟ ନିର୍ମାଣ ନିମନ୍ତେ ଭୁମି ପୂଜନ କାର୍ଯ୍ୟକ୍ରମ ପାଳିତ ହେଇ ଯାଇଛି । ଦୀର୍ଘ ଦିନରୁ ଏହାକୁ ନିର୍ମାଣ କରିବା ପାଇଁ ବିଚାର କରାଯାଇଥିଲେ ହେଁ ବିଭିନ୍ନ କାରଣରୁ ସମ୍ଭବ ହେଇପାରି ନଥିଲା । ଅନେକ ଦିନର ପ୍ରତୀକ୍ଷା ପରେ ଆଜି ଏହା ସମ୍ଭବ ହୋଇ ପାରିଛି । ଅବସର ଭବନର ସମସ୍ତ ସଦସ୍ୟ ସଦସ୍ୟା ଙ୍କ ଭବ୍ୟ ଉପସ୍ଥିତି ରେ ସ୍ଥାନୀୟ ମୁନିସିପାଲିଟି ର ଚେୟାରମେନ୍ ଶ୍ରୀମତୀ ତନୟା ମିଶ୍ର, ସାନିଟାରୀ ଇନସପେକ୍ଟର୍ ପାଣି ବାବୁ ଏବଂ ଜେ.ଇ. ଶ୍ରୀ ପ୍ରମୋଦ ପଟେଲ ତଥା କଣ୍ଟ୍ରାକ୍ଟର୍ ଶ୍ରୀ ବିରେନ୍ ଟପ୍ପୋ ଏବଂ ପ୍ରମୋଦ କୁମାର ନାୟକ ଆଦି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଶ୍ରୀମତୀ ତନୟା ମିଶ୍ରଙ୍କ ଦ୍ଵାରା ନଡ଼ିଆ ଭାଙ୍ଗିବା ସହ ମନ୍ତ୍ରପାଠ ସହ ଶୁଭ ଦେଇଥିବାବେଳେ ସଂଘର ସଭାପତି ଡ଼. ଚିରବ୍ରତ ଦତ୍ତ ଓ ସମ୍ପାଦକ ଶ୍ରୀ ମନୋଜ କୁମାର ପୁରୋହିତଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଟି ସୁଚାରୁରୂପେ ପାଳନ ହୋଇଥିଲା ଓ ଅନ୍ୟମାନେ ସମସ୍ତେ ହରିବୋଲ ହୁଳହୁଳି ଦେଇଥିଲେ । ଚେୟାରମେନ୍ଷ ଶ୍ରୀମତୀ ମିଶ୍ର ସୁନ୍ଦରଗଡ଼ ମୁନିସିପାଲିଟି ତରଫରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ସହ ଶୈ।ଚାଳୟ ନିର୍ମାଣ ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ପ୍ରସାଦ ସେବନ ଏବଂ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା ।