March 19, 2026

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ୨୦୨୬ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ ମଞ୍ଚାଷିନ ଥିବାବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ବୈଠକରେ ଅଧ୍ୟକ୍ଷ ଆସନ୍ତା ଏପ୍ରିଲ୍ ୧ ତାରିଖରେ ଉତ୍କଳ ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ରୂପରେଖ ଉପରେ ଅଭିଭାଷଣ ପ୍ରଦାନ କରି ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ସମାରୋହକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିବା ଦିଗରେ ଆହ୍ଵାନ ଦେଇଥିଲେ।

ପ୍ରସ୍ତୁତି ବୈଠକ ସିଦ୍ଧାନ୍ତ ଅନୁଯାୟୀ ଉତ୍କଳ ଦିବସ ଦିନ ପ୍ରତ୍ୟୁଷରୁ ସହରରେ ଉତ୍କଳ ବନ୍ଦନା ସଙ୍ଗୀତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯିବ। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବାସହ ଖୋର୍ଦ୍ଧା ସହରରେ ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବ।

ସେହିପରି ଜିଲ୍ଲା ସ୍ତରୀୟ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଦେଶାତ୍ମବୋଧକ ପ୍ରବନ୍ଧ, ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅଧ୍ୟକ୍ଷା ପ୍ରାଣ ନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ କରାଯିବ। ଉତ୍କଳ ଦିବସ କୁ ଆକର୍ଷଣୀୟ କରିବା ନିମନ୍ତେ ସରରର ବିଭିନ୍ନ ସ୍ଥାନରେ ତ୍ୱରଣ ନିର୍ମାଣ କରାଯିବ। ଉତ୍କଳ ଦିବସ ଦିନ ସକାଳେ ଶୋଭାଯାତ୍ରା ସହ ଉତ୍କଳ ବନ୍ଦନା କାର୍ଯ୍ୟକ୍ରମ ଓ ପୌର ପରିଷଦ ଟାଉନ୍ ହଲ୍ ଠାରେ ସାଧାରଣ ସଭା ଓ ପୁରସ୍କାର ପ୍ରଦାନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମସ୍ତ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ତା ୩୧.୦୩.୨୦୨୬ ରିଖରୁ ତା ୦୧.୦୪.୨୦୨୬ ରିଖ ପଯ୍ୟନ୍ତ ଆଲୋକ ମାଳାରେ ସୁସଜ୍ଜିତ କରିବା ଉପରେ ନିଷ୍ପତି ଗ୍ରହଣ କରାଯାଇଥିଲା।

ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ, ବ୍ଲକ୍ କାର୍ଯ୍ୟାଳୟ ଏବଂ ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ମାନଙ୍କରେ ଉତ୍କଳ ଦିବସ ଦିନ ପୂର୍ବାହ୍ନ ୧୧ ଘଟିକା ସମୟରେ ଓଡ଼ିଶା ଦିବସ ଉପଲକ୍ଷେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବା ପାଇଁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ।

ଶେଷରେ ବୈଠକର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ କୁ ଜିଲ୍ଲା ସଦର ମହକୁମା ରେ ଆନନ୍ଦ ଉଲ୍ଲାସ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପରିଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ବୈଠକରେ ବୁଦ୍ଧିଜୀବୀ ତଥା ବରିଷ୍ଠ ନାଗରିକ ଉମାଶଙ୍କର ପ୍ରସାଦ, ସତ୍ୟବାଦୀ ବଳିୟାର ସିଂହ, ଭୀମସେନ ପ୍ରଧାନ, ଖୋର୍ଦ୍ଧା ବିକାଶ ମଞ୍ଚ ସାଧାରଣ ସମ୍ପାଦକ ନରେନ୍ଦ୍ର ନାଥ ପୃଷ୍ଟି, ସମାଜ ସେବୀ ଇତିଶ୍ରୀ ସାହୁ, କୃଷ୍ଣ ଚନ୍ଦ୍ର ହରିଚନ୍ଦନ,ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ସରୋଜ ମିଶ୍ର, ଡେପୁଟୀ କଲେକ୍ଟର ଶ୍ରୀତପା ମିଶ୍ର, ସୌମ୍ୟା ସ୍ୱାଗତିକା ସ୍ୱାଇଁ, ସଂଗ୍ରାମ କିଶୋର ଜେନା, ସ୍ବିଟୀ ସୋରେନ, ସାରା ମଲ୍ଲିକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା,ବି ଡି ଓ ଏବଂ ନିର୍ବାହୀ ଅଧିକାରୀ, ଖୋର୍ଦ୍ଧା ପୌର ପରିଷଦ, ସିଦ୍ଧାର୍ଥ ପଟ୍ଟନାୟକ,ଅଗ୍ନି ଶମ ସେବା ଅଧିକାରୀ ମୀନ କେତନ ବେହେରା, ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ କର୍ମକର୍ତ୍ତା ସୁବୋଧ କୁମାର ଜଗଦେବ, ସୁଶାନ୍ତ କୁମାର ମିଶ୍ର ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି କବିରାଜ ପ୍ରଧାନ,ଡି ଇ ଜି ଏମ ମାନସ କୁମାର ବ୍ରହ୍ମା ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।

Written by

TARUN KANTI PATRA

District Reporter

Leave a Reply

Your email address will not be published. Required fields are marked *

Indian Press Union (IPU) A National Platform for Journalists and Media Professionals.

© 2026 All Rights Reserved IPU MEDIA ASSOCIATION