CULTURAL NEWS

ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ପ୍ରେମ ପ୍ଲାବନ ରଥଯାତ୍ରା ସମ୍ପର୍ଣ

By SURYA NARAYAN MOHAPATRA • 2026-08-03 04:29 • 2 views   Share WhatsApp Share Facebook Share X
ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ପ୍ରେମ ପ୍ଲାବନ ରଥଯାତ୍ରା ସମ୍ପର୍ଣ

୦୧/୦୮- ଆଜି ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ପ୍ରେମ ପ୍ଲାବନ ରଥୋତ୍ସବ ଉଦଯାପିତ ହୋଇ ଯାଇଛି । ସୁଦୂର ପୁଟ୍ଟପର୍ତ୍ତୀ ଠାରୁ ପାଂଚଟି ରଥ ବିଭିନ୍ନ ଦିଗରେ ବାହାରି ଭାରତ ପରିଭ୍ରମଣ ରେ ବାହାରିଛନ୍ତି । ସେଥିମଧ୍ୟରୁ ଗୋଟିଏ ରଥ ଗତ ୨୯ ତାରିଖରେ ଝାଡ଼ଖଣ୍ଡ ଠାରୁ ରାଉରକେଲା ପହଂଚି ଥିଲା । ସେଠାରେ ଏକ ଦିନର ରହଣି ପରେ ତାହା ଯଥାକ୍ରମେ ରାଜଗାଙ୍ଗପୁର, କୁତରା ହୋଇ ୩୦ ତାରିଖ ଦିନ ବଡ଼ଗାଁ ପହଂଚିଥିଲା । ସେଠାରୁ ୩୧ ତାରିଖ ଦିନ ସକାଳ ପ୍ରାୟ ୧୧ଟା ବେଳକୁ ସୁନ୍ଦରଗଡ଼ ରେ ପହଂଚିବା ପରେ ସୁନ୍ଦରଗଡ଼ ସତ୍ୟସାଇ ସମିତିର ସମସ୍ତ ଭକ୍ତ ତାଙ୍କୁ ବଡ଼ ପତ୍ରାପାଲି ଛକଠାରେ ସ୍ଵାଗତ କରି ଋପିଡିହି ସମିତିକୁ ପଠାଇଥିଲେ । ଋପିଡିହି ଠାରେ କାର୍ଯ୍ୟକ୍ରମ ସାରି ଅପରାହ୍ନ ୩ଟା ବେଳକୁ ସେଠାରୁ ଫେରିଥିଲେ । ରଥ ଆସି କିରେଇ ଛକରେ ପହଂଚିବା ପରେ ସୁନ୍ଦରଗଡ଼ ସତ୍ୟସାଇ ସମିତିର ଭକ୍ତମାନଙ୍କ ଦ୍ଵାରା ସ୍ଵାଗତ କରି ସହର ମଧ୍ୟକୁ ଆସି ସାଇ ବିହାର ସମ୍ମୁଖରେ ପହଂଚିବା ପରେ ମଙ୍ଗଳ ଆଳତୀ କରାଯିବା ପରେ ଜିଲ୍ଲା ସଂସ୍କ୍ରୃତି ଭବନ ଠାରେ ଠିଆ ହୋଇଥିଲେ । ଆସିବା ବେଳେ ସମିତିର ଭଉଣୀ ମାନେ'👌/ ଶ୍ରୀ ରୁଦ୍ରମ୍ ପାଠ କରି ରଥଙ୍କୁ ମଣ୍ଡପ କୁ ନେଇଥିଲେ । ଏହାପରେ ଭଜନ ତଥା କ୍ଷୁଦ୍ର ନାଟକ ଏବଂ ନ୍ରୃତ୍ୟ ଓ ଗୀତ ଆଦି ହୋଇ ସାରିବା ପରେ କାର୍ଯ୍ୟର ପରିସମାପ୍ତି ଘଟିଥିଲା । ଅପରାହ୍ନ ୩ଟା ବେଳକୁ ସ୍ଥାନୀୟ ବାଳିକା ମହାବିଦ୍ୟାଳୟରେ ଗୋଟିଏ ଷ୍ଟଡି ସାଇକିଲ୍ ଶ୍ରୀ ପ୍ରତାପ କୁମାର ସ୍ହାଇଁ:(ରାଜ୍ୟ ରିସୋର୍ସ ପର୍ସନ୍ ଙ୍କ ଦ୍ଵାରା ସାଇ ମୂଲ୍ୟବୋଧ ଭିତ୍ତିକ ଏକ କର୍ମଶାଳା କରା ଯାଇଥୁଲା । ଶେଷରେ ୨/୮ ରିଖ ଦିନ ସକାଳ ପୂଜା ଇତ୍ୟାଦି ପରେ ସ୍ଵାମୀଙ୍କ ରଥ ଝାରସୁଗୁଡ଼ା ଅଭିମୁଖେ ବାହାରି ଥିଲେ ଓ ସମସ୍ତ ଭାଇ ଓ ଭଉଣି ମାନେ ଏକାଠି ହୋଇ ପ୍ରଭୂଙ୍କୁଯାଇ ଝାରସୁଗୁଡା ଠାରେ ଛାଡି ଘରକୁ ଫେରିଥିଲେ ।

#All public of the state
SURYA NARAYAN MOHAPATRA 0 followers