LATEST NEWS

ବାଣପୁର ରଙ୍କନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

By TARUN KANTI PATRA • 2026-11-23 11:24 • 4 views   Share WhatsApp Share Facebook Share X
ବାଣପୁର ରଙ୍କନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ବାଣପୁର: ଖୋର୍ଦ୍ଧା ଜିଲ୍ଲାର ବାଣପୁର ବଜାର ସାହିସ୍ଥିତ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଗଙ୍ଗାଧରପୁରର ବାବାଜୀ ପ୍ରଦୀପ କୁମାର ଶର୍ମାଙ୍କ ପୌରୋହିତ୍ୟରେ ଏହି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଶୁକ୍ରବାର ଅପରାହ୍ନରେ ଶ୍ରଦ୍ଧାଳୁମାନଙ୍କ ପକ୍ଷରୁ ଏକ କଳସ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ଦାଶରଥିପୁର ଗ୍ରାମସ୍ଥିତ ଶାଳିଆ ନଦୀରୁ ଜଳ ଆଣିବା ପରେ ଶୋଭାଯାତ୍ରା ଶ୍ରୀ ଶ୍ରୀ ରଙ୍କନାଥ ମନ୍ଦିରରେ ପହଞ୍ଚିଥିଲା।

ଶନିବାର ପ୍ରାତଃକାଳରୁ ଅଷ୍ଟପ୍ରହର ବ୍ୟାପୀ ନାମଯଜ୍ଞ ଓ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ରବିବାର ସକାଳେ ନଗର କୀର୍ତ୍ତନ ଓ ନଗର ଭିକ୍ଷା କାର୍ଯ୍ୟକ୍ରମ ହୋଇଥିଲା। ଏହାପରେ ଶ୍ରଦ୍ଧାଳୁମାନେ କଳସ ବିସର୍ଜନ କରି ଯମୁନା ସ୍ନାନ କରିଥିଲେ। ଅପରାହ୍ନରେ ମନ୍ଦିର ନିକଟସ୍ଥ ଆନନ୍ଦ ବଜାରରେ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା।

ଏହି ନାମଯଜ୍ଞ ଓ ହୋମରେ ଅଜିତ କୁମାର ଅଗ୍ରୱାଲ ଏବଂ ରଶ୍ମିତା ଅଗ୍ରୱାଲ କର୍ତ୍ତା ଭାବେ ଯୋଗ ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମର ପରିଚାଳନାରେ ରାଧାମୋହନ ଅଗ୍ରୱାଲ, ଗିରିଧାରୀ ପାତ୍ର, ସୁନୀଲ କୁମାର ଅଗ୍ରୱାଲ, ଦେବଦତ୍ତ ପାତ୍ର, କୃଷ୍ଣଚନ୍ଦ୍ର ନାୟକ, ଅଶୋକ ପାତ୍ର, ଭବାନୀ ସୁପକାର, ଲକ୍ଷ୍ମୀଧର ପାତ୍ର, ମାଗୁଣି ମହାରଣା ଓ ବସନ୍ତ ସୁବୁଦ୍ଧି ପ୍ରମୁଖ ସହଯୋଗ କରିଥିଲେ।

ପୂଜା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବଜାର ସାହିର ବାସିନ୍ଦାମାନେ ସହଯୋଗ କରିଥିଲେ। ପ୍ରସାଦ ବଣ୍ଟନ ସମୟରେ ସ୍ଥାନୀୟ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଓ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ସହଯୋଗ କରିଥିଲେ।

##LATEST UPDATE
TARUN KANTI PATRA 0 followers