ଜୋଗି ଜୁଗେନ୍ ନଦୀବନ୍ଧ ପ୍ରକଳ୍ପ କୁ ବିରୋଧ
ସୁନ୍ଦରଗଡ଼ର ଈବ୍ ନଦୀବନ୍ଧ ଯୋଜନା ଯାହାକି ଈରାବତୀ ବା ' ଈବ୍' ନଦୀ ଉପରେ ଏକ ବିଶାଳ ଡ଼୍ୟାମ୍ ପ୍ରସ୍ତୁତି ପାଇଁ ଅନେକ ଦିନ ରୁ ପ୍ରସ୍ତାବିତ ହୋଇଥିଲା ଯାହାକି ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ବ୍ଲକ୍ ଅଂଚଳ ଦେଇ ବହି ଯାଇଥିବା ଈବ୍ ନଦୀର ଦୁଇ ପାର୍ଶ୍ଵରେ ସ୍ଥିତ ଦୁଇଟି ପାହାଡ ' ଜୋଗି ' ଓ ' ଜୋଗିଆଣି ' ଯାହା ମଧ୍ୟରେ ଦୂରତା ପ୍ରାୟ ଚାରି କିଲୋମିଟର୍ ଅଟେ । ଏହି ବିଶାଳ ଡ୍ୟାମ୍ ଯଦି ହୋଇଥାନ୍ତା ତେବେ ତାହା ଦ୍ଵିତୀୟ ହୀରାକୁଦ ଡ୍ୟାମ୍ ହୋଇ ପାରିଥାନ୍ତା । ଏହା ଦୀର୍ଘ ବର୍ଷ ଅର୍ଥାତ୍ ପୁର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ବେଳରୁ ସ୍ଥିର ହୋଇ ସାରିଥିଲେ ହେଁ ଆଜି ପର୍ଯ୍ୟନ୍ତ ହୋଇ ପାରି ନଥିଲା । ବର୍ତ୍ତମାନ୍ ତାକୁ ରୁପ ଦେବାପାଇଁ ପ୍ରଶାସନିକ ପଦକ୍ଷେପ ନିଆ ଯାଇଥିଲେ ହେଁ ଗ୍ରାମବାସୀ ମାନେ ପ୍ରବଳ ବିରୋଧ କରୁଛନ୍ତି । ଏହି ବନ୍ଧ ହେଲେ ଅନେକ ଗୁଡିଏ ଗ୍ରାମ ସମ୍ପୁର୍ଣ୍ଣ ଜଳମଗ୍ନ ହେବାସହ ଭୁଗୋନରୁ ଚିରଦିନ ପାଇଁ ଉଭେଇ ଯିବ । ଏଣୁ, ସବଡେଗା ଓ ବାଲିଶଙ୍କରା ବ୍ଲକ୍ ର କେତେ ଗୁଡିଏ ଗ୍ରାମର ଲୋକେ ଏକାଠି ହୋଇ ସଂଗ୍ରାମ କରିବା ସହ ନିଜର ନ୍ୟାର୍ଯ୍ୟ ଦାବୀ ସରକାରଙ୍କ ଠାରେ ଉପସ୍ଥାପନ କରିବା ପାଇଁ ଆସନ୍ତା ତା ୧୨.୦୭.୨୦୨୬ ଦିନ ବାଲିଶଙ୍କରା ଠାରେ ଏକ ବିଶାଳ ଆୟୋଜନ କରିଛନ୍ତି । ଏହି ଭବ୍ୟ ସମାବେଶରେ ସମସ୍ତ ଗ୍ରାମ ଗୁଡ଼ିକର ଗ୍ରାମବାସୀ, ବୁଦ୍ଧିଜୀବୀ ତଥା ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଓ ଆଗ୍ରହୀ ବ୍ୟକ୍ତି ଯୋଗ ଦେବାପାଇଁ ଆମନ୍ତ୍ରଣ କରାଯାଇଛି ।
୍