ସୁନ୍ଦରଗଡ଼ ର ଗୁଲସନ୍ କୁମାରଙ୍କ ଇହଲୀଳା ସମ୍ଵରଣ
ସୁନ୍ଦରଗଡ଼ ର ଗୁଲସନ୍ କୁମାର ଉପାଧିରେ ଭୁଷିତ ଭୂପେନ୍ଦ୍ର କୁମାର୍ ଅମାତ୍ ( ଭୁପେନ୍ ) ଆଜି ଆମ ଗହଣରେ ନାହାନ୍ତି । ସେ ସମସ୍ତଙ୍କୁ ପର କରି ଇହଲୀଳା ସମ୍ଵରଣ କରିଛନ୍ତି । ମାତ୍ର ଷାଠିଏ ବର୍ଷ ବୟସରେ ଶାରିରୀକ ଅସୁସ୍ଥତା କାରଣରୁ ଦୀର୍ଘ ଦେଢମାସ ହେବ ଭୁବନେଶ୍ବରର ଏକ ପ୍ରାଇଭେଟ୍ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ବହୁବର୍ଷ ପୁର୍ବରୁ ତାଙ୍କର ହାର୍ଟ ଅପରେସନ୍ ଆନ୍ଧ୍ର ପ୍ରଦେଶର ପୁଟ୍ଟପର୍ତ୍ତୀ ରେ ଥିବା ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ହସପିଟାଲରେ ଓପନ୍ ହାର୍ଟ୍ ସର୍ଜରୀ ହୋଇଥିଲା । କିନ୍ତୁ ୨୦୧୮ ମସିହାରେ ତାଙ୍କର ଗୋଟିଏ ଅଙ୍ଗ ପାରାଲିସିଶ୍ ରୋଗାକ୍ରାନ୍ତ ହୋଇଥିଲା ଓ ତାହା ଶେଷ ପର୍ଯ୍ୟନ୍ତ ଭଲ ହୋଇପାରି ନଥିଲା । ଭୁପେନ୍ ଅମାତ୍ ଜଣେ କଳାପ୍ରେମୀ ବ୍ୟକ୍ତି ଥିବା ସହ ଜଣେ ସୁଦକ୍ଷ ତବଲା ବାଦକ, ଡ଼୍ରାମା ନିର୍ଦ୍ଦେଶକ ପରି ବହୁ ଗୁଣର ଅଧିକାରୀ ଥିଲେ । ତାଙ୍କ ଦ୍ଵାରା ସ୍ଥାପିତ " ସୁର୍ " କଳା ସଂସ୍ଥା ଦୀର୍ଘ ୩୫ ବର୍ଷକାଳ ଆଜି ପର୍ଯ୍ୟନ୍ତ ଚାଲୁଅଛି । ତାଙ୍କର ଅନେକ ଛାତ୍ର ଛାତ୍ରୀ ଆଜି ଦେଶର ବିଭିନ୍ନ ସ୍ଥାନରେ କଳା କ୍ଷେତ୍ରରେ ଅଗ୍ରଣୀ ଭୁମିକା ରେ ରହିଛନ୍ତି । ସେହିପରି ତାଙ୍କର ସହପାଠୀ ମାନଙ୍କର ଏକ କଲେଜ୍ ଗ୍ରୃପ୍ ର ଆରମ୍ଭ ସେ କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ବଂଚି ରହିଛି ।
ତାଙ୍କର ନିଧନ ସମସ୍ତ କଳାପ୍ରେମୀ ତଥା ସୁନ୍ଦରଗଡ଼ ତଥା ରାଜ୍ୟର ତଥା ରାଜ୍ୟ ବାହାରର ଅନେକ ବ୍ୟକ୍ତିଙ୍କ ମନକୁ ବ୍ୟଥିତ କରି ଦେଇଛି ।
ଗତ ଗୁରୁବାର ପବିତ୍ର ରଥଯାତ୍ରା ଦିନ ତାଙ୍କର ବିୟୋଗ ପ୍ରାୟ ଦିବା ୧ଘ ୩୦ ମିନିଟ୍ ରେ ହୋଇଥିଲା ଓ ଭୁବନେଶ୍ବରରୁ ମରଶରୀର ଆସିବା ପରେ ତା' ପରଦିନ ରାଣିବଗିଚା ସ୍ଵର୍ଗଦ୍ଵାର ରେ ସମ୍ପର୍ଣ ହୋଇଥିଲା । ସହରର ଶତାଧିକ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଉକ୍ତଦିନ ସନ୍ଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଅବସର ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ସହରର କଳାପ୍ରେମୀ, ସାଙ୍ଗ ସାଥି ତଥା ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ରହି ପୁଷ୍ପାଞ୍ଜଳି ପ୍ରଦାନ ସହ ଏକ ଭବ୍ୟ ବୈଠକ ହୋଇ ସ୍ମୃତିଚାରଣ ସହ ପାଳିତ ହୋଇଥିଲା ।