ENVIRONMENTAL/CLIMATIC NEWS

ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ସୁନ୍ଦରଗଡର ବନ ମହୋତ୍ସବ ପାଳନ

By SURYA NARAYAN MOHAPATRA • 2026-07-22 07:17 • 4 views   Share WhatsApp Share Facebook Share X
ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ସୁନ୍ଦରଗଡର ବନ ମହୋତ୍ସବ ପାଳନ

ଗତ ତା ୨୦.୦୭.୨୦୨୬ ରିଖ ଦିନ ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ର ସୁନ୍ଦରଗଡ଼ ଶାଖା ଦ୍ଵାରା ବନ ମହୋତ୍ସବ ଯଥା ରୀତିରେ ପାଳିତ ହୋଇ ଯାଇଛି । ସହରର ନିକଟବର୍ତ୍ତୀ ଅଂଚଳ ସୁବଳୟା ରାସ୍ତାରେ ଥିବା " ଆଦ୍ରୃତ " ଅନାଥାଶ୍ରମ ଠାରେ ଏହି ଉତ୍ସବ ପାଳନ ହୋଇଥିଲା । ସମସ୍ତ କାର୍ଯ୍ୟକର୍ତ୍ତା ସକାଳ ପ୍ରାୟ ୧୦ ଟା ବେଳକୁ ଯାଇ ସେଠାରେ ପହଂଚି ଥିଲେ । ଏହାପରେ ସେଠାରେ ଏକ ଭବ୍ୟ ବୈଠକ ଆୟୋଜନ କରା ଯାଇଥିଲା । ସେଠାରେ ଶ୍ରୀ ନବୀନ ପଟେଲ୍ ଅଧ୍ୟକ୍ଷତା କରିଥିଲେ । ଏହା ସହିତ ସମ୍ଵାଦ ସାହିତ୍ୟ ଘରର ସଂପାଦକ ଶ୍ରୀ ଡ଼ମ୍ଵରୁଧର ନାୟକ ଏବଂ ପଶ୍ଚିମ ପ୍ରାନ୍ତ ର ଅଧିକାରୀ ଶ୍ରୀ ଚିନ୍ମୟ ପାଣିଗ୍ରାହୀ ଓ ଶ୍ରୀମତୀ ମିନାରଣୀ ପଟେଲ୍ ମଧ୍ୟ ଉପସ୍ଥିତ ଥିଲେ । ସେଠାରେ ବନ ମହୋତ୍ସବ ର ତାତ୍ପର୍ଯ୍ୟ, ଉପକାରୀତା ଆଦି ଉପରେ ଆଲୋଚନା କରା ଯାଇଥିଲା । ଆଗକୁ ସଥସ୍ୟ ସଂଖ୍ୟା କିପରି ବ୍ରୃଦ୍ଧି ହୋଇ ପାରିବ ତା ଉପରେ ସଦସ୍ୟ ସଦସ୍ୟା ମାନେ ମତବ୍ୟକ୍ତ କରିଥିଲେ । ଏବଂ ଆଗାମୀ ବର୍ଷର କାର୍ଯ୍ୟପନ୍ଥା ସ୍ଥିର କରା ଯାଇଥିଲା ।
ଏହାପରେ ସମସ୍ତେ ଆଶ୍ରମର ପଛ ପାଖକୁ ଯାଇ ଭଲ ଭଲ ଫଳ ଓ ପନିପରିବା ଗଛମାନ ସମସ୍ତ ସଦସ୍ୟ ସଦସ୍ୟା ରୋପଣ କରି ସେଥିରେ ଜଳଦାନ କରିଥିଲେ । ଏହାପରେ ସମସ୍ତେ ଆଶ୍ରମ କୁ ଫେରିବା ପରେ ସେଠାରେ ସମସ୍ତଙ୍କ ପାଇଁ ଭୋଜନ ର ବ୍ୟବସ୍ଥା ମଧ୍ୟ କରା ଯାଇଥିଲା ଓ ସମସ୍ତେ ଗ୍ରହଣ କରି ସାରିବା ପରେ ନିଜ ନିଜ ଗ୍ରୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

#Public of Sundargada & State
SURYA NARAYAN MOHAPATRA 0 followers